RICE KHEERI IN PRESSURE -COOKER

 

RICE KHEERI IN PRESSURE -COOKER 

ଭୋଜି ଷ୍ଟାଇଲ ଖିରି pressure -cooker ରେ କରିବା

CUISION:- Indian,     COURCE:-Dessert, SKILL LEVEL:- Beginner 

RICE KHEERI IN PRESSURE -COOKER
RICE KHEERI IN PRESSURE -COOKER

///////////////////////////////////////////////////////////////////////////////////////////////////////////

 

 

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

ଓଡ଼ିଆ ଘର ମାନଙ୍କରେ  ସବୁ ପର୍ବ ପର୍ବାଣିରେ  ଚାଉଳ ଖିରି ତିଆରି ହୋଇଥାଏ .

ଛୋଟ ଛୁଆ ହୁଅନ୍ତୁ କି ବଡ ଲୋକ ହୁଅନ୍ତୁ ସମସ୍ତେ ଖିରି ଖାଇବାକୁ ପସନ୍ଦ କରନ୍ତି.

ସାଧାରଣତଃ ଆମେ ବହୁତ ପ୍ରକାର ଖିରି ଖାଇଥାଉ କିନ୍ତୁ ଚାଉଳ ଖିରି ସବୁଠୁ ଅଲଗା ସ୍ୱାଦ ହେଇଥାଏ .

କିଛି ଲୋକଙ୍କ  ପାଖରେ ସମୟ କମ ଥାଏ  ,ସେମାନେ କାମରେ ବହୁତ  ବ୍ୟସ୍ତ ରହିଯାନ୍ତି  .

ଯଦି ବି ସେମାନେ ଭାବୁଥିବେ ଚାଉଳ ଖିରି ଖାଇବାକୁ ତାଙ୍କ ପାଖରେ ଏତେ ସମୟ ନଥାଏ .

ସାଧାରଣତଃ ଚାଉଳ ଖିରି ବହୁତ ସମୟ ନେଇଥାଏ .specially ତାଙ୍କ ମାନଙ୍କ ପାଇଁ ମୁ ଭିନ୍ନ ପ୍ରଣାଳୀରେ

pressure -cooker ରେ ଚାଉଳ ଖିରି ଶିଖେଇବି. Pressure -cooker ରେ ବହୁତ ଜଲଦି ଖିରି

ହେଇଯାଇଥାଏ .

ଆପଣ ମାନେ ଏହାକୁ ଦେଖନ୍ତୁ ଆଉ ଘରେ ବନାନ୍ତୁ ଆଉ  ସମସ୍ତଙ୍କୁ କେମିତି ଲାଗିଲା ମତେ

comment box ରେ message କରନ୍ତୁ .ଆଉ ଯଦି ଭଲ ଲାଗିଲା ସମସ୍ତଙ୍କୁ share କରନ୍ତୁ .  .

ଏମିତି   ଚାଉଳ ଖିରି କରନ୍ତୁ ଆଉ ସମସ୍ତଙ୍କୁ ଖୁଆନ୍ତୁ ,କେମିତି ଲାଗିଲା ମତେ comment box  ରେ

ଜଣାନ୍ତୁ.

 

 INGREDIENTS:-

* ଅରୁଆ ଚାଉଳ / ବାସୁମତି ଚାଉଳ :-ଅଧା cup

*ପାଣି -2ଗ୍ଲାସ ପାଣି

*କ୍ଷୀର -1ଲିଟର

*ଘିଅ -2ଚାମଚ

*ଗୁଜୁରାତି -4ଟା

*ଲବଙ୍ଗ -4ଟା

*2ଟା ତେଜପତ୍ର

*ଚିନି -(ଆପଣଙ୍କ ଅନୁସାରେ ନେଇପାରିବେ

*ନଡ଼ିଆ କୋରା -ଅଧା cup

*ଭଜା ବାଦାମ -10 ଟା

*ଭଜା କାଜୁ -6ଟା

*ଭଜା କିସମିସ -10ଟା

*2ଚୁଟକୀ ଲୁଣ

METHOD :-

Step -1:-

ପ୍ରଥମେ ଚାଉଳ କୁ ଭଲସେ ଧୋଇଦେବା  .ତାକୁ 15min  ଭେଦେଇକି ରଖିଦେବା.

Step -2:-

ଏବେ ଗ୍ୟାସ ରେ pressure -cooker ବସେଇବା .ଭଲସେ ଗରମ ହେଲା ପରେ 1ଚାମଚ ଘିଅ

 ପକେଇବା.ଗ୍ୟାସ flame କୁ low flame କରିଦେବା.

Step -3:-

ଘିଅ ଟିକେ ଗରମ ହେଲା ପରେ 2ଟା ତେଜପତ୍ର ,4ଟା ଲବଙ୍ଗ,2ଚାମଚ ଚିନି ପକେଇକି ଭଲସେ ଖଡି଼କାରେ

ଚଲେଇବା .ଚିନି ତା light brown ହେଲା ପରେ ସାଙ୍ଗେ ସାଙ୍ଗେ ଭେଦେଇକି ରଖିଥିବା ଚାଉଳକୁ ପକେଇକି

ସାଙ୍ଗେ ସାଙ୍ଗେ ଢାଂକନା ଢାଙ୍କି ଦେବା .2sec ପରେ ଢାଂକନା ଖୋଲିକି ଭଲସେ ଚାଉଳକୁ ଗୋଳେଇବା.

ଏବେ ଚାଉଳକୁ 2min ଯାଏ ଭାଜିବା.

 

Step -4:-

2min ପରେ 2ଗ୍ଳାସ ପାଣି ଦେବା ଆଉ ଭଲସେ ଗୋଳେଇ ଦେବା.

Step -5:-

ଏବେ 2ଚୁଟକୀ ଲୁଣ,2ଟା ଗୁଜୁରାତି କୁ ଛେଚିକି ପକେଇବା.ତାପରେ ଢାଂକନା ଦେଇଦେବା.

ଗ୍ୟାସ flame କୁ high flame କରିଦେବା .

(high flame ରେ 3ଟା ସିଟି ଦେବେ ,low flame ରେ 2ଟା ସିଟି ଦେବେ )

ତାପରେ ଗ୍ୟାସ ବନ୍ଦ କରିଦେବା.

Step -6:-

pressure cooker ଭଲସେ ଥଣ୍ଡା ହେଲା ପରେ ଢାଂକନା ଖୋଲିବା.

Step-7:-

ଗ୍ୟାସ ରେ କଢେଇ ବସେଇବା .ଗ୍ୟାସ flame କୁ low flame କରିଦେବା.ସେଥିରେ କ୍ଷୀର

ଦେଇକି ଭଲସେ 10min ଫୁଟେଇବା.

Step -8:-

pressure -cooker ଭଲସେ ଥଣ୍ଡା ହେଲା ପରେ ଢାଂକନା ଖୋଲିବା .ସେଥିରେ 3ଚାମଚ

ସିଝା କ୍ଷୀର ବୁଲେଇକି ପକେଇବା .ଆଉ ତାକୁ ଚାମଚ ରେ ଚାଉଳକୁ ଗୋଳେଇବା.ଯେମିତି ଚାଉଳ

 ଗୋଟା ଗୋଟା ରହିବନି.ଆଉ ଯେମିତି ବିଣ୍ଡା ରହିବନି.

Step -9:-

ଏବେ ସେ ସିଝା ଚାଉଳ କୁ କଢେଇ ରେ ଦେବା,ଆଉ ସ୍ୱାଦ ଅନୁସାରେ ଚିନି ଦେବା .ଏବେ ଭଲସେ ଗୋଳେଇ ଦେବା .

ଏବେ ତାକୁ 20min ଫୁଟିବାକୁ ଛାଡ଼ିଦେବା.ମଝିରେ ମଝିରେ ଚଲାଉ ଥିବେ.

(ଚାଉଳ ଖିରରେ ପକେଇଲା ପରେ ଟ୍ୱଖୁ ଢାଙ୍କିବାନି )

(ଗ୍ୟାସ flame କୁ ପୁରା low flame କରିଦେବା )

(ଆପଣ ଚାହିଁଲେ ଏଥିରେ ତେଜପତ୍ର ଆଉ ଲବଙ୍ଗ ବାହାର କରିପାରିବେ )

Step -10:-

20min ପରେ ସେଥିରେ ଅଧା cup ନଡ଼ିଆ କୋରା ,10 ଟା ଭଜା ବାଦାମ ,6ଟା ଭଜା କାଜୁ ,

10 ଟା  ଭଜା କିସମିସ ପକେଇକି ଗୋଳେଇ ଦେବା .5min ଛାଡ଼ିଦେବା .

Step -11:-

5min ପରେ 3ଟା ଗୁଜୁରାତି ଛେଚିକି ପକେଇକି ଗୋଳେଇ ଦେବା ଆଉ ଗ୍ୟାସ ବନ୍ଦ କରିଦେବା.

ତାକୁ ଥଣ୍ଡା କରିକି ଖାଇବେ .

ଏବେ ଆପଣଙ୍କ ଚାଉଳ ଖିରି ହେଇଗଲା.

RICE KHEERI IN PRESSURE -COOKER
RICE KHEERI IN PRESSURE -COOKER
 SECRETES TIPS :-

*ଆପଣ ଚାହିଁଲେ କାମିନିକିଆ ପତ୍ର (1ପତ୍ର )ପକେଇ ପାରିବେ .

*ଚାଉଳକୁ ଖଦ ଖଦଡିଆ grinding କରିକି ପାଣିରେ ଭେଦେଇପାରିବେ  ବେଶୀ powder କରିକି

grinding କରିବେନି.

*ଆପଣ ଯଦି ଚାହିଁବେ condes-milk ପକେଇପାରିବେ .grocery ଦୋକାନ ରେ ମିଳିବ .

* ଘିଅ ରେ ଚିନି ପକେଇଲେ ଖିରି ରେ ଭଲ color ଆସିଥାଏ .

*1ଲିଟର କ୍ଷୀର ରେ  ନିଜ ହାତର ଗୋଟେ ମୁଠା ଚାଉଳ ନେଇପାରିବେ

*କ୍ଷୀର କୁ ଫୁଟେଇଲା ବେଳେ  କି ଯେତେ ବେଳେ ଚାଉଳକୁ  କ୍ଷୀର ରେ  ପକେଇବା ସେତେ ବେଳେ

ଭଲସେ ଚଲଉଥିବେ ଯେମିତି ଖଡ଼ିକା କଢେଇ ର ତଳ ଯାଏ ଲଗେଇକି ଚଲେଇବା  ନହେଲେ ପୋଡି ଯିବ .

 *କ୍ଷୀର ବଦଳରେ ଅମୁଲ ବି ନେଇପାରିବେ .

* କ୍ଷୀର କୁ ଫୁଟେଇଲା ବେଳେ ଭଲସେ ଚଲଉଥିବେ ଯେମିତି କଢେଇ  ତଳେ କ୍ଷୀର ଲାଗିଯିବନି .

* ଗ୍ୟାସ ର flame /ନିଆଁ କୁ କମ କରିକି କରିବେ .ଜମା ବି high flame /ନିଆଁ ଦେବେନି

*ଏଥିରେ ଆପଣଙ୍କ ମନ ପସନ୍ଦ ର alamod ,ପାସ୍ତା ବାଦାମ ,କେଶର ପକେଇପାରିବେ.

* ଆପଣ ଚାହିଁଲେ କେଶର ବି ପକେଇପାରିବେ ,କେଶର କେମିତି ପକେଇବା :-ଗୋଟେ  ଜାଗା ରେ

 2 ଚାମଚ କ୍ଷୀର ନେବା ଆଉ

 ସେଥିରେ 3/4 ଟା କେଶର ପାଖୁଡା ପକେଇକି କିଛି ସମୟ ରଖିକି ପକେଇପାରିବେ .

*ଗୁଜୁରାତି ବଦଳରେ ଗୁଜୁରାତି ଗୁଣ୍ଡ 2ଛୋଟ ଚାମଚ ପକେଇ ପାରିବେ .

*ଯେତିକି ingredient କହିଛି ଯଦି ସେଥିରୁ ଆପଣଙ୍କ ଘରେ କିଛି ନଥିବା ,ତା ହେଲେ ସେ ଗୁଡା ପକେଇବେନି .

*ଆପଣଙ୍କ ମନ ପସନ୍ଦ ରେ ଯଦି ଖିରିକୁ ପାଣିଆ କି ଗାଢ଼ କରିପାରିବେ .ଯଦି  ପାଣିଆ  କରିବାକୁ ଚାହିଁଲେ

 ପାଣି ମିଶେଇ ପାରିବେ.

TAGS :-

#rice kheer presuurecooker in odia,

#rice kheer pressure cooker,

#pressure cooker rice kheer,

#quick rice kheer recipe in pressure cooker,

#rice payasam in pressure cooker

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys .

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1